ବୌଦ୍ଧ: ଜିଲ୍ଲାର ବାଉଁଶୁଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ପରିଷଦର ସଭାପତି ହୃଦୟ ରଂଜନ ଖମାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ କରୁଣାକର ଘଣ୍ଟୁଆଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ସଂକୁଳ ପ୍ରମୁଖ ଦରଶରଥ ମେହେର ଯୋଗଦେଇ ମହର୍ଷି ବ୍ୟାସଦେବଙ୍କ ସଂପର୍କରେ ମତବ୍ୟକ୍ତ କରିଥିଲେ । ପରିଷଦର ଯୁଗ୍ମ ସଂପାଦକ ସୁଧାଂଶୁ ଶେଖର ମହାକୁଳ ଓ କୋଷାଧ୍ୟକ୍ଷ ବିମ୍ବାଧର ମେହେର ମଧ୍ୟ ଯୋଗଦେଇଥଲେ । ପ୍ରଧାନ ଆଚାର୍ଯ୍ୟ ଦଧିବାବନ ରଣା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଷଦର ସଂପାଦକ ସୁନିଲ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଶିଶୁ ଭଉଣୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିଶୁଭାଇଭଉଣୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ସକ୍ରିୟ ଅଂଶଗ୍ରହଣ କରିଥିଲେ ।