Friday, May 2, 2025

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ

ବୌଦ୍ଧ: ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଦହ୍ୟା ଚଉଁରିଆପଦର ଗ୍ରାମରେ ଅଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ୬୦ବର୍ଷର ଅଇଁଠୁ କର୍ଣ୍ଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ ଆଜି ସକାଳେ ନିଜ ଚଉଁରିଆପଦର ବାସଭବନରେ କାର୍ଯ୍ୟ କରୁଥିବା ବେଳେ ଅସାବଧାନତା ବଶତଃ ଆର୍ଥିଂ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଯାହା ଫଳରେ ତାଙ୍କୁ ଶକ୍ତ ଝଟକା ଲାଗିଥିଲା ଓ ସେ ଛିଟିକି ପଡିଯାଇଥିଲେ । ସାଥିରେ କାର୍ଯ୍ୟକରୁଥିବା ପରିବାର ଲୋକେ ଉଦ୍ଧାରକରି ବାଉଁଶୁଣୀ ମେଡିକାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ଅଇଁଠୁ କର୍ଣ୍ଣଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।

Related Articles

LEAVE A REPLY

Please enter your comment!
Please enter your name here

Latest Articles