ବୌଦ୍ଧ:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ଆଜି ଅପରାହ୍ନରେ ଗୁରୁ ପୂଜନ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ସଂଘ ଚାଳକ ମାନନୀୟ ସୂର୍ଯ୍ୟକାନ୍ତ ଦଳବେହେରା ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲା ବୌଦ୍ଧିକ ପ୍ରମୁଖ ମାନନୀୟ ନାରାୟଣ ସାହୁ ଯୋଗଦେଇ ପୌରାଣିକ ଯୁଗରେ ବ୍ୟାସଦେବ ଶ୍ରେଷ୍ଠ ଗୁରୁ ଭାବେ ସମଗ୍ର ଜଗତରେ ଖ୍ୟlତି ଅର୍ଜନ କରି ଗୁରୁ ଶିଷ୍ୟ ମଧ୍ୟରେ ଏକ ଭକ୍ତିର ପରମ୍ପରା ସୃଷ୍ଟି କରି ସମାଜ ପାଇଁ ଉଦାହରଣ ଛାଡି ଯାଇଛନ୍ତି l ଆଜି ଗୁରୁ ବ୍ୟାସଦେବ ଙ୍କ ଜନ୍ମ ଦିବସ କୁ ଗୁରୁ ପୂଜନ ଦିବସ ପ୍ରଥା ଭାବେ ପ୍ରଚଳିତ ହୋଇ ଆସୁଛି ତେଣୁ ଆଜିର ଦିବସରେ ରାଷ୍ଟ୍ର ପାଇଁ କିଛି ଉତ୍ସର୍ଗ କରି ଏକ ଦାଇତ୍ୱବୋଧତା ର ପରିଚୟ ରଖିବା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଆଜିର କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସହ ବ୍ୟବସ୍ଥା ପ୍ରମୁଖ ପଦ୍ମଚରଣ ମେହେର ସଂଯୋଜନା କରିଥିବା ବେଳେ ନଗର କାର୍ଯ୍ୟବlହ ଦିଲ୍ଲିପ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ l ପ୍ରେମଭଞ୍ଜନ ମହାକୁଳ ମୁଖ୍ୟ ଶିକ୍ଷକ କାର୍ଯ୍ୟ ତୁଲାଇଥିବାବେଳେ ଜ଼ିଲ୍ଲା ବୌଦ୍ଧିକ ପ୍ରମୁଖ ଶିବରାମ ସାହୁ ପ୍ରାର୍ଥନା ବୋଲିଥିଲେ l ଜ଼ିଲ୍ଲା ପ୍ରଚାର ପ୍ରମୁଖ ରଘୁନାଥ ଷଡ଼ଙ୍ଗୀ ବ୍ୟକ୍ତିଗତ ଗୀତ ଓ ଜ଼ିଲ୍ଲା ପର୍ଯ୍ୟlବରଣ ପ୍ରମୁଖ ଲଷ୍ମୀକାନ୍ତ ଯାନୀ ସାମୁହିକ ଗୀତ ଗାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ, ଏବିଭିପି, ବିଜେପି ଦଳ କର୍ମକର୍ତ୍ତା ଓ ସ୍ୱୟଂସେବକ, ବୁଦ୍ଧିଜୀବୀ, ସଂଘର ଶୁଭେଛୁ ପ୍ରମୁଖ ଯୋଗଦେଇ ଗୁରୁ ଦକ୍ଷିଣା କରିଥିଲେ l