Friday, May 2, 2025

ଆମ୍ୱଝରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା

ବୌଦ୍ଧ: ଜିଲ୍ଲା ସଦର ବ୍ଲକ ଆମ୍ୱଝରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା l ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମିଶି ସ୍କୁଲ୍ ସାମ୍ନାରେ ଧାରଣା ଦେଇଥିବା ଜଣା ପଡିଛି l ମିଳିଥିବା ଖବର ଅନୁସାରେ ଏ ବିଦ୍ୟାଳୟରେ 150 ଜଣ ଛାତ୍ର ଛାତ୍ରୀ ରହିଥିବା ବେଳେ 6 ଜଣ ଶିକ୍ଷକ ରହିଥିଲେ ପୁଣି ସେହି ବିଦ୍ୟାଳୟରୁ 2ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିଥିବାରୁ ଶିକ୍ଷାରେ ବାଧାପ୍ରାପ୍ତ ହେଉଛି l ପୁଣି ବାଳିକା ହୋଷ୍ଟଲ ରହିଛି ହେଲେ ଜଣେ ମଧ୍ୟ ଶିକ୍ଷୟତ୍ରୀ ନାହିଁ ଏଭଳି ଅନେକ ସମସ୍ୟା ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏଭଳି ସମସ୍ୟା ଭିତରେ ଶିକ୍ଷକଙ୍କ ବଦଳି କରାଯାଇଛି l ଆବଶ୍ୟକ ଶିକ୍ଷକ ଯୋଗାଇ ଦେବା ଦାବିରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମିଶି ସ୍କୁଲ୍ ସାମ୍ନାରେ ଧାରଣା ଦେଇଥିବା ଜଣା ପଡିଛି l ଏ ପ୍ରସଙ୍ଗରେ ବିିଇଓଙ୍କୁ ପଚରିବାରୁ ଶିକ୍ଷକ ଯୋଗାଇ ଦିଆଯିବ ବୋଲି କହିଛନ୍ତି l

Related Articles

LEAVE A REPLY

Please enter your comment!
Please enter your name here

Latest Articles