କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳିର ନବ ନିର୍ବାଚିତ ବିଧାୟକ କହ୍ନେଇ ଚରଣ ଡାଙ୍ଗ କଣ୍ଟାମାଳ ବ୍ଲକ୍ ସମ୍ମିଳନୀ କକ୍ଷରେ ବିଭିନ୍ନ ଉନ୍ନୟନ ଯୋଜନାର ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ବ୍ଲକ୍ ଅଧ୍ଯକ୍ଷା ସସ୍ମିତା ସେନାପତି, କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡିଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ବ୍ଲକର ସହକାରୀ ଯନ୍ତ୍ରୀ, ସମସ୍ତ କନିଷ୍ଠ ଯନ୍ତ୍ରୀ, ସମସ୍ତ ବ୍ଲକ୍ ସ୍ତରୀୟ ସଂପ୍ରସାରଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସରକାରୀ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚି ପାରିବ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସରିବ ତାହା ଉପରେ ଗୁରୁତ୍ଵ ଦେବାକୁ ଶ୍ରୀ ଡାଙ୍ଗ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଜନସାଧାରଣଙ୍କ ପ୍ରତି ଉଚିତ୍ ବ୍ୟବହାର ଦେବାକୁ ପରାମର୍ଶ ଦେଇଥିବା ବେଳେ ଓ ଯେ କୌଣସି କାର୍ଯ୍ୟରେ ଲୋକ ମାନେ ବ୍ଲକ କାର୍ଯ୍ୟାଳୟକୁ ଆସିଲେ ତାହାର ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।